ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମୁଥିବା ବେଳେ ଆଜି 44 ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା 3432ରେ ପହଞ୍ଚିଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟରେ ରୋକ୍ ନ ଲାଗିବା ସ୍ବାସ୍ଥ୍ୟ ବିଶାରଦଙ୍କ ଚିନ୍ତା ବଢାଇ ଦେଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଜଗତସିଂହପୁର, ଝାରସୁଗୁଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩, ବରଗଡ଼, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଏବଂ ଢେଙ୍କାନାଳ, ଗଜପତି, କନ୍ଧମାଳ, କେନ୍ଦୁଝର, ନୂଆପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଗତ ଚବିଶ ଘଣ୍ଟାରେ 58 ହଜାର 695 ସାମ୍ପଲ ଟେଷ୍ଟ ହୋଇଥିବା ବେଳେ 3535 ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 533 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରେ 348, କଟକରେ 320, ବାଲେଶ୍ବରରେ 296, ଅନୁଗୁଳରେ 207, ଭଦ୍ରକ 184, କେନ୍ଦ୍ରାପଡା – 104, କେନ୍ଦୁଝର 92, ଜଗତସିଂହପୁରରେ 90 ଜଣ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୫୩ ଜଣ ଚିହ୍ନଟ ହୋଇଥିବା ବେଳେ ନବରଙ୍ଗପୁରରୁ ୮୫, ନୟାଗଡ଼ -୯୫, ନୂଆପଡ଼ା – ୧୫, ପୁରୀ – ୧୮୭, ରାୟଗଡ଼ା – ୭୩, ସମ୍ବଲପୁର – ୩୯, ସୋନପୁର – ୩୯ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୮୬, ବଲାଙ୍ଗୀର – ୧୮, ବୌଦ୍ଧ – ୫୨, ଦେବଗଡ଼ – ୨୫, ଢେଙ୍କାନାଳ – ୫୬, ଗଜପତି – ୨୭, ଗଞ୍ଜାମ – ୨୬, ଝାରସୁଗୁଡ଼ା – ୧୨, କଳାହାଣ୍ଡି – ୩୫, କନ୍ଧମାଳ – ୫୬, କୋରାପୁଟ – ୫୬, ମାଲକାନଗିରିରୁ ୬୮ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here