ରାଜ୍ୟରେ ଆଜି ୪୩ ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୫ ମୃତ । ଅନୁଗୁଳ, କଟକ, ଝାରସୁଗୁଡା, ସୁନ୍ଦରଗଡରୁ ୪ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ବରଗଡ, ବଲାଙ୍ଗୀର, ବୌଦ୍ଧରୁ ୩ ଲେଖାଏଁ ମୃତ । ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୨ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୩,୧୨୩କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଆଜି ଦୈନିକ ସଙ୍କ୍ରମଣ ରହିଛି ୬୦୧୯ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୩୭୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୬୨୨ । ଖୋର୍ଦ୍ଧାରୁ ସର୍ବାଧିକ ୭୯୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୫୩୧ । ଅନୁଗୁଳ-୩୩୫, ବାଲେଶ୍ୱର-୨୮୬, ବରଗଡ-୧୨୨, ଭଦ୍ରକ-୨୬୨, ବଲାଙ୍ଗୀର-୬୬, ବୌଦ୍ଧ-୭୯, ଦେଓଗଡ-୨୪, ଢେଙ୍କାନାଳ-୨୯୧, ଗଜପତି-୩୪, ଗଞ୍ଜାମ-୭୩, ଜଗତସିଂହପୁର-୧୯୬, ଯାଜପୁର-୪୦୬, ଝାରସୁଗୁଡା-୪୧, କଳାହାଣ୍ଡି-୭୦, କନ୍ଧମାଳ-୭୬, କେନ୍ଦ୍ରାପଡା-୨୧୮, କେନ୍ଦୁଝର-୧୨୦, କୋରାପୁଟ-୧୪୨, ମାଲକାନଗିରି-୮୫, ମୟୂରଭଞ୍ଜ-୩୩୩, ନବରଙ୍ଗପୁର-୧୫୧, ନୟାଗଡ-୧୯୧, ନୂଆପଡା-୨୩, ପୁରୀ-୩୨୪, ରାୟଗଡା-୧୦୮, ସମ୍ବଲପୁର-୧୩୧, ସୋନପୁର-୬୫, ସୁନ୍ଦରଗଡ-୨୮୩, ଷ୍ଟେଟପୁଲରୁ ୧୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here