କରୋନା ପଜିଟିଭ୍ ସଂଖ୍ୟା କମୁଛି ସତ କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଯାହା ଏବେ ପୁରା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର ବିଷୟ । ଏବେ ଦୈନିକ ମୃତ୍ୟୁ ସଂଖ୍ୟା ୪୦ ପାର୍ କରୁଛି । ଆଜି ମହାମାରୀ କରୋନା ନେଇଛି ୪୨ ଜୀବନ । ଅନୁଗୁଳ, କଟକ, ଖୋର୍ଦ୍ଧାରୁ ସର୍ବାଧିକ ୪ ମୁଣ୍ଡ ନେଇଛି ମହାମାରୀ କରୋନା । ସେହିପରି ବୌଦ୍ଧ, ଦେବଗଡ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨,୯୯୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୦୦୨ ନୂଆ ପଜିଟିଭ୍ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୩୯୨୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୦୮୧ । ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୭୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁଗୁଳ-୩୮୮, ବାଲେଶ୍ୱର-୩୩୧, ବରଗଡ-୧୧୭, ଭଦ୍ରକ-୨୬୭, ବଲାଙ୍ଗୀର-୮୯, ବୌଦ୍ଧ-୧୩୪, ଦେଓଗଡ-୬୪, ଢେଙ୍କାନାଳ-୧୦୬, ଗଜପତି-୪୮, ଗଞ୍ଜାମ-୭୪, ଜଗତସିଂହପୁର-୨୩୨, ଯାଜପୁର-୪୮୬, ଝାରସୁଗୁଡା-୯୭, କଳାହାଣ୍ଡି-୧୦୩, କନ୍ଧମାଳ-୩, କେନ୍ଦ୍ରାପଡା-୧୮୮, କେନ୍ଦୁଝର-୧୪୮, କୋରାପୁଟ-୧୫୮, ମାଲକାନଗିରି-୯୫, ମୟୂରଭଞ୍ଜ-୩୭୦, ନବରଙ୍ଗପୁର-୧୯୮, ନୟାଗଡ-୧୯୬, ନୂଆପଡା-୨୮, ପୁରୀ-୩୦୬, ରାୟଗଡା-୨୨୨, ସମ୍ବଲପୁର-୧୦୭, ସୋନପୁର-୫୯, ସୁନ୍ଦରଗଡ-୨୪୩, ଷ୍ଟେଟପୁଲରୁ ୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here