ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି ମୃତ୍ୟୁ ସଂଖ୍ୟା । ସର୍ବାଧିକ ୪୦ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଅନୁୁଗୁଳ, କଳାହାଣ୍ଡି, କଟକ, ଖୋର୍ଦ୍ଧାରୁ ୫ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଝାରସୁଗୁଡାରୁ ୪, ବୌଦ୍ଧ ଓ ରାୟଗଡାରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଦେବଗଡ, ସମ୍ବଲପୁର, ନବରଙ୍ଗପୁରରୁ ୨ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ।
ରାଜ୍ୟରେ ୮ ହଜାର ତଳକୁ ଖସୁନି ଆକ୍ରାନ୍ତଙ୍କ ସଂଖ୍ୟା । ୩ଦିନ ହେଲା ୮ ହଜାର ଉପରେ ରହୁଛି ସଙ୍କ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩୯୯ କରୋନା ପଜିଟିଭ୍ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୭୪୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୫୮ । ତେବେ ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ୧୧୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକରୁ ୭୬୬, ମୟୂରଭଞ୍ଜରୁ ୪୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ-୧୬୬, ଦେଓଗଡ-୮୧, ଢେଙ୍କାନାଳ-୪୫୧, ଗଜପତି-୮୦, ଗଞ୍ଜାମ-୬୫, ଜଗତସିଂହପୁର-୨୬୯, ଯାଜପୁର-୫୧୪, ଝାରସୁଗୁଡା-୫୩, କଳାହାଣ୍ଡି-୧୯୦, କନ୍ଧମାଳ-୯୫, କେନ୍ଦ୍ରାପଡା-୨୧୦, କେନ୍ଦୁଝର-୧୮୬, କୋରାପୁଟ-୧୭୮, ମାଲକାନଗିରି-୧୨୮, ନବରଙ୍ଗପୁର-୨୦୦, ନୟାଗଡ-୨୨୩, ନୂଆପଡା-୩୪, ପୁରୀ-୪୭୫, ରାୟଗଡା-୨୯୨, ସମ୍ବଲପୁର-୧୯୧, ସୋନପୁର-୧୪୩, ସୁନ୍ଦରଗଡ-୪୭୭, ଷ୍ଟେଟପୁଲରୁ ୧୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here