ରାଜ୍ୟରେ ଆଜି ୪୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରେ ସଂଖ୍ୟା ରହିଛି ୫, କଟକ ଏବଂ କଳାହାଣ୍ଡିରୁ ୪ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ, ଝାରସୁଗୁଡା, ଖୋର୍ଦ୍ଧାରୁ ୩ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୮୭୩କୁ ବୃଦ୍ଧି ପାଇଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮୮୩୯ କରୋନା ଆକ୍ରାନ୍ତ । କ୍ୱାରେଣ୍ଟିନ ସେଣ୍ଟରରୁ ୪୯୪୮ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୮୯୧ । ଖୋର୍ଦ୍ଧାରୁ ସର୍ବାଧିକ ୧୨୩୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୭୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ-୫୮୩, ଅନୁଗୁଳ-୪୧୪, ବାଲେଶ୍ୱର-୩୯୫, ବରଗଡ-୧୯୩, ଭଦ୍ରକ-୪୧୯, ବଲାଙ୍ଗୀର-୮୯, ବୌଦ୍ଧ-୧୭୯, ଦେଓଗଡ-୮୪, ଢେଙ୍କାନାଳ-୫୧୦, ଗଜପତି-୫୨, ଗଞ୍ଜାମ-୧୯୬, ଜଗତସିଂହପୁର-୩୧୭, ଯାଜପୁର-୪୯୩, ଝାରସୁଗୁଡା-୧୨୧, କଳାହାଣ୍ଡି-୧୪୫, କନ୍ଧମାଳ-୫୮, କେନ୍ଦ୍ରାପଡା-୩୦୨, କେନ୍ଦୁଝର-୧୮୮, କୋରାପୁଟ-୯୯, ମାଲକାନଗିରି-୮୫, ନବରଙ୍ଗପୁର-୧୨୯, ନୟାଗଡ-୨୪୬, ନୂଆପଡା-୩୪, ପୁରୀ-୪୩୮, ରାୟଗଡା-୨୧୬, ସମ୍ବଲପୁର-୧୯୪, ସୋନପୁର-୧୧୮, ସୁନ୍ଦରଗଡ-୩୩୮, ଷ୍ଟେଟପୁଲରୁ ୨୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here