ଆରପାରିରେ ପ୍ରସିଦ୍ଧ ସମ୍ବଲପୁରୀ ଚଳଚ୍ଚିତ୍ରର ଅଭିନେତା ଅଟଳ ବିହାରୀ ପଣ୍ଡା । ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବାଜି ୪୫ ମିନିଟରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମ୍ବଲପୁର ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଅଟଳ ବ୍ଲଡ ସେଫ୍ଟିସେମିଆରେ ଗତକିଛି ଦିନ ହେଲା ପୀଡିତ ଥିଲେ । ଗତକାଲି ତାଙ୍କ ଶରୀରରେ ଏକାଧିକ ଅଙ୍ଗ ଅଚଳ ହେବା ପରେ ସେ ଆଖି ବୁଜିଛନ୍ତି । ପଶ୍ଚିମଓଡିଶାର ଜଣେ ପରିଚିତ ଚେହେରା ହେଉଛନ୍ତି ଅଟଳ ବିହାରୀ ପଣ୍ଡା । ଶହେରୁ ଅଧିକ ନାଟକରେ ଅଭିନୟ କରିବା ସହିତ ଏକାଧିକ ନାଟକର ରଚନା ସେ କରିଛନ୍ତି । ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢା ବଦଲା’କରିଥିଲେ । ତାଙ୍କର ନିଖୁଣ ଅଭିନୟ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ସେ କରୋନାରେ ବି ଆକ୍ରାନ୍ତ ଥିଲେ । ହେଲେ କରୋନାରୁ ସୁସ୍ଥ ହେବାପରେ ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ତାଙ୍କ ପରଲୋକ ନେଇ ପୁଅ ଅରୁଣ ପଣ୍ଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here