ଆରପାରିରେ ଖ୍ୟାତନାମା ଅଭିନେତା ଦିଲ୍ଲିପ କୁମାର | ଭାରତୀୟ ସିନେମା ଜଗତର କିମ୍ବଦନ୍ତୀ ନାୟକ | ୯୮ ବର୍ଷ ବୟସରେ ମୁମ୍ବାଇର ଇନ୍ଦୁଜା ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷିୟାନ କଳାକାର । ୨୨ ବର୍ଷ ବୟସରେ ପ୍ରଥମ ଫିଲ୍ମ କରିଥିଲେ ଦିଲ୍ଲୀପ କୁମାର । ୧୯୪୪ରେ ଫିଲ୍ମ ‘ଜ୍ୱାର ଭଟ୍ଟା’ରୁ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୪ରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ପାଞ୍ଚ ଦଶନ୍ଧି ଭିତରେ ପାଖାପାଖି ୬୦ଟି ଫିଲ୍ମରେ ଅଭିନୟ କରିଥିଲେ । ଦିଲ୍ଲୀପ କୁମାରଙ୍କ ସବୁଠୁ ହିଟ୍ ଫିଲ୍ମ ହେଲା ମୁଗଲ-ଏ ଆଜାମ । ଦିଲ୍ଲୀପଙ୍କ ପୁରା ନାଁ ମହମ୍ମଦ ୟୁସଫ ଖାଁ । ୧୯୬୬ରେ ଅଭିନେତ୍ରୀ ସାଇରା ବାନୋଙ୍କୁ ବିବାହ କରିଥିଲେ ।

LEAVE A REPLY

Please enter your comment!
Please enter your name here