ଓଡିଶାରେ ଇକମୋ (extracorporeal membrane oxygenation) ଚିକିତ୍ସା ବ୍ୟବସ୍ଥା ନାହିଁ । ଯାହା ଫଳରେ ଅନେକ ଗୁରୁତ୍ତର କୋଭିଡ ଆକ୍ରାନ୍ତ ଅସହାୟ ଅବସ୍ଥାରେ ଆଖିବୁଜି ଦେଉଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶକ ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋଲକାତା ପଠାଯିବ । ଏହାପୂର୍ବରୁ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ଇଳମୋ ଚିକିତ୍ସା ଅଭାବରୁ ଆଖି ବୁଜିଦେଇଥିଲେ । ଯାହା ପାଖରେ ସମ୍ବଳ ଅଛି, ସେ ଇଳମୋ ଟ୍ରିଟମେଣ୍ଟ ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ମାତ୍ର ସମ୍ବଳ ନ ଥିଲେ ଚିକିତ୍ସା ଅଭାବରୁ ସେମାନଙ୍କର ମୃତ୍ୟୁ ହେଉଛି । ଆଜି ଡିଏମଇଟି କହିଛନ୍ତି, ଆମେ ୬ଟି ଇକମୋ ମେସିନ ଆଣିବାକୁ ଉଦ୍ୟମ କରୁଛୁ ।
ଆସନ୍ତୁ ଜାଣିବା, ଇକମୋ ଟ୍ରିଟମେଣ୍ଟ କଣ । ଇକମୋ ହେଉଛି ଏକ ଜୀବନ ରକ୍ଷକାରୀ ମେସିନ । ହାର୍ଟ କିମ୍ବା ଲଙ୍ଗସ୍ ଯଦି ଠିକ୍ ଭାବେ କାର୍ଯ୍ୟ କରୁ ନଥାଏ, ସେତେବେଳେ ଏହି ଇକମୋ ସିଷ୍ଟମର ଆବଶ୍ୟକ ପଡିଥାଏ । ବିଶେଷକରି ଫୁସଫୁସ ବା ଲଙ୍ଗ୍‌ସ ଯେତେବେଳେ ଅତିରିକ୍ତ ଅକ୍ସିଜେନ ଦିଆଯିବା ସତ୍ୱେ ଶରୀରକୁ ଅକ୍ସିଜେନ ଯୋଗାଇ ପାରେନାହିଁ, ସେତେବେଳେ ଇକମୋ ସିଷ୍ଟମ ଦ୍ୱାରା ଶରୀରକୁ ଅକ୍ସିଜେନ୍ ଦିଆଯାଇଥାଏ । ଯେତେବେଳେ ଭେଣ୍ଟିଲେଟର ଲାଗିବା ପରେ ମଧ୍ୟ କାର୍ବନ ଡାଇଅକ୍ସାଇଡ ବାହାର କରିବାରେ ଅସମର୍ଥ ହୁଏ, ସେତେବେଳେ ଏହି ଇକମୋ ସିଷ୍ଟମ ରୋଗୀର ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କୋଭିଡ ଆକ୍ରାନ୍ତ ରୋଗୀଙ୍କର ଲଙ୍ଗ୍‌ସ ବା ଫୁସଫୁସ୍ ସଂକ୍ରମଣ ଅଧିକ ହେଉଥିବାରୁ ସେମାନଙ୍କୁ ଇକମୋ ଚିକିତ୍ସା ଆବଶ୍ୟକ ହେଉଛି । ସେହିପରି ଅତି ଗୁରୁତର ହାର୍ଟ ଆଟାକ୍ ରୋଗୀଙ୍କୁ ମଧ୍ୟ ଇକମୋ ଦ୍ୱାରା ଚିକିତ୍ସା କରାଯାଇଥାଏ । ମାତ୍ର ଓଡିଶାରେ ଡାକ୍ତରଖାନାଗୁଡିକରେ ଏହି ଇକମୋ ସିଷ୍ଟମ ନ ଥିବାରୁ ଅନେକ ରୋଗୀଙ୍କୁ କୋଲକାତା କିମ୍ବା ହାଇଦ୍ରାବାଦ ଯିବାକୁ ପଡୁଛି ।

LEAVE A REPLY

Please enter your comment!
Please enter your name here