ଓଡିଶାରେ ଜଣେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଏନସିଡିସି ନିର୍ଦ୍ଦେଶକ ଡାକ୍ତର ଏସ. କେ. ସିଂହ ଏହି ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ମୋଟ 48 ଟି ଡେଲଟା ପ୍ଲସ କେସ୍ ଚିହ୍ନଟ ହୋଇଥିବା ବେଳେ ଓଡିଶାରେ ଏହି ଭାଇରସରେ ଆକ୍ରାନ୍ତ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 20, ତାମିଲନାଡୁରେ 9 ଓ ମଧ୍ୟପ୍ରଦେଶରେ 7 ଜଣ ଡେଲଟା ପ୍ଲସ ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଡେଲଟା ପ୍ଲସ ଭେରିଆଣ୍ଟ ଅଧିକ ଭୟାବହ ହୋଇଥିବାର ଆଶଙ୍କା କରାଯାଉଛି । ତେଣୁ ଏହି ଭାଇରସ ସଂକ୍ରମଣ ରୋକିବା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ତେବେ ଦେଶରେ କରୋନା ପାଇଁ ଦିଆଯାଉଥିବା ଦୁଇଟି ଯାକ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଡେଲଟା ପ୍ଲସ ଭେରିଆଣ୍ଟର ଫଳପ୍ରଦ ମୁକାବିଲା କରିବାକୁ ସକ୍ଷମ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here