ରାଜ୍ୟରେ ଥମିବାର ନା ନେଉନି କରୋନା ମୃତ୍ୟୁ । ମୃତ୍ୟୁସଂଖ୍ୟା କମିବା ବଦଳରେ ବଢି ବଢିଚାଲିଛି । ଆଜି ସର୍ବାଧିକ ୫୯ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଆଜି ସୂଚନା ଦଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪୩୫୮କୁ ବୃଦ୍ଧି ପାଇଛି । ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବରଗଡ଼, ଢେଙ୍କାନାଳ, ପୁରୀରୁ ୫ ଲେଖାଏଁ, ଗଂଜାମ, ନୟାଗଡ଼, ରାୟଗଡ଼ା, ସୁନ୍ଦରଗଡ଼ରୁ ୪ ଲେଖାଏଁ , କଳାହାଣ୍ଡି, କେନ୍ଦ୍ରାପଡ଼ା, ନବରଂଗପୁରରୁ ୩ ଲେଖାଏଁ, କଟକ, ଯାଜପୁର, ମୟୂରଭଂଜରୁ ୨ ଲେଖାଏଁ, ଅନୁଗୁଳ, ଜଗତସିଂହପୁର, କୋରାପୁଟରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି।
ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୨୬୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୪୯୫ ଏବଂ ଲୋକାଲ କେସ୍ ରହିଛି ୧୧୦୭ । ତେବେ ମୋଟ୍ ଆକ୍ରାନ୍ତଙ୍କର ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮କୁ ବୃଦ୍ଧି ପାଇଛି । ଆଜି ‌ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ରୋଗୀ। ଏହି ଜିଲ୍ଲାରୁ ୫୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୩୯୭ ଜଣ। ଅନ୍ୟପକ୍ଷେ, ଅନୁଗୁଳରୁ ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୨୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯୧, ଯାଜପୁରରୁ୧୮୩, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୭୨, କୋରାପୁଟ, ମାଲକାନଗିରିରୁ ୩୨ ଲେଖାଏ ଚିହ୍ନଟ ହୋଇଛନ୍ତି।
ଏହାବାଦ ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୫, ପୁରୀରୁ ୧୭୪, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୬୪ ଓ ଷ୍ଟେଟପୁଲରୁ ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here