ବଦଳିଛି କେନ୍ଦ୍ର କ୍ୟାବିନେଟର ଚେହେରା । ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟ ମନ୍ତ୍ରୀ ଭାବରେ ୧୫ ଜଣଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି । ମୋଦିଙ୍କର ନୂଆ ଟିମ୍ ଶପଥ ନେବା ପରେ ବିଭାଗ ବଣ୍ଟନ କରାଯାଇଛି । ଅମିତ ଶାହାଙ୍କୁ ଗୃହ କୋ ଅପରେସନ ମନ୍ତ୍ରାଳୟ ସହ ନୂଆ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ସେହିପରି ମନସୁଖ ମାଣ୍ଡଭ୍ୟଙ୍କୁ –ସ୍ୱାସ୍ଥ୍ୟ ସାର ଓ ରାସାୟନ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କରାଯାଇଛି । ଓଡିଶାରୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଲୱେ ଓ ଆଇଟି ମନ୍ତ୍ରାଳୟର ବିଭାଗ ଦିଆଯାଇଛି । ପିୟୂଷ ଗୋଏଲ ହୋଇଛନ୍ତି ବୟନଶିଳ୍ପ ମନ୍ତ୍ରୀ । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ଭଳି ମନ୍ତ୍ରାଳୟର ଦାୟିତ୍ୱ ମିଳିଛି । ହରଦୀପ ସିଂ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କରାଯାଇଛି । ପଶୁପତି ପାରସ-ଖାଦ୍ୟ ପ୍ରକିୟାକରଣ , ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ଅନୁରାଗ ଠାକୁର-କ୍ରୀଡା ଓ ଯୁବ ବ୍ୟାପାର , ସୂଚନା ପ୍ରସାରଣ ଦାୟିତ୍ୱ ମିଳିଛି । ମୀନାଷୀ ଲେଖିଙ୍କୁ ବୈଦେଶିକ ବ୍ୟାପାର, ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ଭୂପେନ୍ଦ୍ର ଯାଦବ ଶ୍ରମ ମନ୍ତ୍ରୀ, କିରଣ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି । ପୁରୁଷୋତ୍ତମ ରୂପାଲାଙ୍କୁ ମତ୍ସ ଓ ଗୋପାଳନ ଦାୟିତ୍ୱ ମିଳିଛି । ସର୍ବାନନ୍ଦ ସୋନୱାଲଙ୍କୁ ଆୟୁଷ ବନ୍ଦର ଓ ଜାହାଜ ଚଳାଚଳ ଦାୟିତ୍ୱ ମିଳିଛି । କିଷନ ରେଡ୍ଡୀଙ୍କୁ ସଂସ୍ମୃତି , ପର୍ଯ୍ୟଟନ ଏବଂ ଉତ୍ତର ପୂର୍ବାଞ୍ଚଳ ର ଦାୟିତ୍ୱ ଦିଆଯାଇଛି । ସଂପ୍ରସାରଣ ପରେ ମନ୍ତ୍ରୀଙ୍କ ସଂଖ୍ୟା ୭୭ କୁ ବୃଦ୍ଧି ପାଇଛି । ନୂଆ ଟିମରେ ୩୬ ନୂଆ ମୁହଁ ଥିବାବେଳେ ୭ ଜଣଙ୍କୁ ପଦୋନ୍ନତି ମିଳିଛି ।

LEAVE A REPLY

Please enter your comment!
Please enter your name here