ଏସିଏଫ ସୌମ୍ୟରଂଜନଙ୍କ ମାମଲା ଦିଗହରା ହେବାକୁ ବସିଲାଣି । ଘଟଣାର ତିନିସପ୍ତାହ ପରେ ବି ତଦନ୍ତକାରୀ ଅଧିକାରୀଙ୍କ ହାତ ଖାଲି । ଏପର୍ଯ୍ୟନ୍ତ ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ସୌମ୍ୟରଂଜନ ପୋଡି ହୋଇ ମରିବା ପଛରେ ଡିଏଫଓ ସଂପୃକ୍ତ ଥିବା ନେଇ ସୌମ୍ୟଙ୍କ ପରିବାର ଲୋକ ଏତଲା ଦେବା ପରେ ବି ତଦନ୍ତକାରୀ ଟିମ୍ ତାଙ୍କୁ କ୍ଲିନଚିଟ୍ ଦେଇ ବସିପଡିଛନ୍ତି । ଗୋଟିଏ ଘର ଭିତରେ ଘଟଣା ଘଟିବା ଏବଂ ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ଭାବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଥିଲେ ମଧ୍ୟ ତଦନ୍ତକାରୀ ଟିମ୍ ତାଙ୍କୁ କେବଳ ଘରକୁ ଯାଇ ଜେରା କରି କାମ ସାରିଦେଇଛନ୍ତି । ଅପରପକ୍ଷରେ ଡିଏଫଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ବି ଏପର୍ଯ୍ୟନ୍ତ ତାଙ୍କୁ ସସପେଣ୍ଡ କରା ନ ଯିବା ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତଦନ୍ତ ଦିଗହରା ହେବା ପଛରେ ସବୁଠୁ ଗୁରୁତର ଅଭିଯୋଗ ହେଉଛି, ଡିଏଫଓ ହେଉଛନ୍ତି ଡଙ୍ଗଲ ମନ୍ତ୍ରୀଙ୍କ ସଂପର୍କୀୟ । ସେଥିପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସତ କେବେ ପଦାକୁ ଆସିବ, ପୋଲିସ ତଦନ୍ତ ଉପରୁ ଭରସା ତୁଟାଇଦେଲେଣି ସୌମ୍ୟଙ୍କ ଘରଲୋକେ ।

LEAVE A REPLY

Please enter your comment!
Please enter your name here