ଓଡିଶା ପୋଲିସରେ କିନ୍ନରଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ସବଇନ୍ସପେକ୍ଟର ପଦବୀ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ 477 ସବଇନସପେକ୍ଟର, 244 କନଷ୍ଟେବଳ ପଦବୀ ପାଇଁ ପୁରୁଷ ଓ ମହିଳାଙ୍କ ସହ କିନ୍ନରମାନଙ୍କ ନିକଟରୁ ଆବେଦନପତ୍ର ଆହ୍ବାନ କରାଯାଇଛି । ପୋଲିସ ଡିଜି ଅଭୟ କହିଛନ୍ତି, ସରକାରୀ ପଦବୀରେ ପ୍ରଥମ ଥର ପାଇଁ କିନ୍ନରଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ରଖାଯାଇଛି ଏବଂ ଶାରିରୀକ ପରୀକ୍ଷା ମଧ୍ୟ ରହିଛି । ତେବେ ପୂର୍ବରୁ ବିଭିନ୍ନ ପଦପଦବୀ ପାଇଁ ସରକାର କେବଳ ପୁରୁଷ ଓ ମହିଳାଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରୁଥିବା ବେଳେ ଏଥରକ କିନ୍ନରଙ୍କ ଠାରୁ ମଧ୍ୟ ଆବେଦନପତ୍ର ଆହ୍ବାନ କରାଯାଇଛି । ଅନେକ କିନ୍ନର ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତ୍ବେ ନିଯୁକ୍ତି ପାଉ ନଥିବାରୁ ସେମାନଙ୍କ ଭିତରେ ହତାଶଭାବ ଦେଖିବାକୁ ମିଳୁଛି । ଏପରିକି ଅନେକ ସମୟରେ କିନ୍ନରମାନେ ଭିକ୍ଷାବୃତ୍ତି ଅବା ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ସେମାନଙ୍କୁ ମୁସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି । ତେବେ ଏହା ପୂର୍ବରୁ ବିହାର ସମେତ ଅନେକ ରାଜ୍ୟରେ କିନ୍ନରଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ସୁଯୋଗ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here