ରାଜ୍ୟରେ ଖସୁଛି ଦୈନିକ ସଙ୍କ୍ରମଣ । କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ରାଜ୍ୟରେ ୩୯ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣଙ୍କ ଜୀବନ ଯାଇଛି । ଅନୁଗୁଳ, ଝାରସୁଗୁଡା ଓ କଳାହାଣ୍ଡିରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାୟଗଡା , ସୁନ୍ଦରଗଡରୁ ମଧ୍ୟ ୩ ଲେଖାଏଁ ଆକ୍ରାନ୍ତ ମୃତ । ବୌଦ୍ଧ, ଦେବଗଡ, କଟକରୁ ୨ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାରୁ ୨ ଲେଖାଏଁ ମୃତ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯୧୨ରେ ପହଁଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୭୨୯ ପଜିଟିଭ୍ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୩୩୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୩୯୮ । ଖୋର୍ଦ୍ଧାରୁ ସର୍ବାଧିକ ୧୦୨୬ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୭୨୦, ଅନୁଗୁଳ-୪୪୯, ବାଲେଶ୍ୱର-୪୨୬, ବରଗଡ-୧୮୯, ଭଦ୍ରକ-୨୮୭, ବଲାଙ୍ଗୀର-୬୧, ବୌଦ୍ଧ-୧୨୮, ଦେଓଗଡ-୭୨, ଢେଙ୍କାନାଳ-୨୫୨, ଗଜପତି-୬୮, ଗଞ୍ଜାମ-୧୫୩, ଜଗତସିଂହପୁର-୨୫୫, ଯାଜପୁର-୩୮୮, ଝାରସୁଗୁଡା-୭୧, କଳାହାଣ୍ଡି-୧୬୭, କନ୍ଧମାଳ-୫୨, କେନ୍ଦ୍ରାପଡା-୨୨୩, କେନ୍ଦୁଝର-୧୬୬, କୋରାପୁଟ-୧୮୫, ମାଲକାନଗିରି-୧୦୪, ମୟୂରଭଞ୍ଚ-୪୪୨, ନବରଙ୍ଗପୁର,ନୟାଗଡରୁ ୨୧୯ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡା-୪୮, ପୁରୀ-୩୩୩, ରାୟଗଡା-୩୧୦, ସମ୍ବଲପୁର-୧୬୧, ସୋନପୁର-୬୧, ସୁନ୍ଦରଗଡ-୨୭୦ ଷ୍ଟେଟପୁଲରୁ ୧୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here