ଘୋଷଣା ହେଲା ଲକ୍ ଡାଉନ ନୂଆ ନିୟମ । ଅଗଷ୍ଟ 1 ତାରିଖ ଯାଏଁ ବଳବତ୍ତର ରହିବ ଆଂଶିକ ଲକଡାଉନ୍ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ, ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ଆସିନାହିଁ । ତେଣୁ ଗତଥର ଘୋଷଣା ହୋଇଥିବା କାଟାଗୋରୀ ଓ ଭୁକ୍ତ 20 ଟି ଜିଲ୍ଲାରେ ସକାଳ 6 ଟାରୁ ରାତି 8 ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ରାତି ଆଠଟାରୁ ସକାଳ 5 ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ସପ୍ତାହାନ୍ତ ସଟଡାଉନ ରହିବନି ।
କାଟାଗୋରୀ ଭି ଭୁକ୍ତ 10 ଟି ଜିଲ୍ଲାରେ ସକାଳ 6 ଟାରୁ ଅପରାହ୍ନ 5 ଟା ଯାଏଁ ଦୋକାନବଜାର ଖୋଲା ରହିବ । ସଂଧ୍ୟା ପାଞ୍ଚଟାରୁ ସକାଳ ପାଞ୍ଚଟା ଯାଏଁ କର୍ଫ୍ୟୁ ଜାରି ରହିବ । ବି କାଟାଗୋରୀଭୁକ୍ତ ଜିଲ୍ଲାଗୁଡିକରେ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିଛି ।
ସମଗ୍ର ରାଜ୍ୟରେ ବସ ସେବା ଚାଲୁ ହେବ ।
ଜିମ୍, ସ୍ପା, ସେଲୁନ ଆସନ୍ତାକାଲି ଠାରୁ ଖୋଲା ରହିବ ।
ଆଉଟଡୋର ସୁଟିଂକୁ ଅନୁମତି ଦେଲେ ସରକାର ।

LEAVE A REPLY

Please enter your comment!
Please enter your name here