ଟୋକିଓ ଅଲିମ୍ପିକରେ ପଦକ ହାସଲ କରିବା ପରେ ମୀରାବାଇ ଚାନୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ବାର୍ତ୍ତା ଛୁଟିଥିବା ବେଳେ ଡୋମିନସ୍ ଚାନୁଙ୍କୁ ଦେଇଛି ଏମିତି ଉପହାର । ଆଜୀବନ ମାଗଣାରେ ପିଜା ଖାଇପାରିବେ ଚାନୁ । ଡୋମିନସ ପକ୍ଷରୁ ଏହି ଘୋଷଣା କରାଯାଇଛି । ତେବେ ଡୋମିନସର ଏହି ଘୋଷଣା ପୂର୍ବରୁ ଚାନୁ ଗଣମାଧ୍ୟମକୁ କହିଥିଲେ, ସେ ବହୁଦିନ ହେଲାଣି ପିଜା ଖାଇନାହାଁନ୍ତି । ତେଣୁ ପ୍ରଥମେ ସେ ପିଜା ଖାଇବେ ଓ ପିଜା ଟ୍ରିଟ ଦେଇ ଖୁସି ମନେଇବେ । ତେବେ ପିଜା ପ୍ରତି ଚାନୁଙ୍କ ଦୁର୍ବଳତା ସୋସିଆଲ ମିଡିଆରେ ଆସିବା ପରେ ପିଜା ପାଇଁ ପ୍ରସିଦ୍ଧ ଡୋମିନସ ପକ୍ଷରୁ ଚାନୁଙ୍କୁ ଆଜୀବନ ମାଗଣା ପିଜା ଉପହାର ଦିଆଯାଇଛି ।
ଚାନୁ ଅଲିମ୍ପିକର ଦ୍ବିତୀୟ ଦିନରେ 49 କେଜି ବର୍ଗରେ ଭାରୋତ୍ତଳନ କରି ରୌପ୍ୟ ପଦକ ହାସଲ କରିବା ସହ ଭାରଉତ୍ତୋଳନରେ ଭାରତ ପାଇଁ 21 ବର୍ଷ ପରେ ପଦକ ହାସଲ କରିବାର ଗୌରବ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here