ଶ୍ରୀକ୍ଷେତ୍ରରେ ରଥଯାତ୍ରାବେଳେ ଛାତ ଉପରେ ରଥଯାତ୍ରା ଦେଖିବାକୁ ମନା ହୋଇଛି । ବଡଦାଣ୍ଡରେ ଉଭୟ ପାଶ୍ୱର୍ରେ ଘର ଛାତରେ ରଥଯାତ୍ରା ଦେଖିବା ପାଇଁ ମନା ହୋଇଛି । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରାବେଳେ ଘର ଭିତରେ ରହିବେ ଶ୍ରଦ୍ଧାଳୁ । ବଡଦାଣ୍ଡରେ ଥିବା ହୋଟେଲ ସର୍ଭେ କରି ରଥଯାତ୍ରାର ଦୁଇଦିନ ପୂର୍ବରୁ ଖାଲି କରାଯିବ । ରଥଯାତ୍ରାବେଳେ ଟାଉନରେ କର୍ଫ୍ୟୁ ବଳବତ୍ତର ରହିବ । ଗୋଟିଏ ରାତି ପୂର୍ବରୁ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ୨୦୦ରୁ ଅଧିକ ଘର ଏବଂ ୪୧ଟି ହୋଟେଲ, ଲଜ୍ ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here