ଇକମୋକୁ ନେଇ ରାଜ୍ୟରେ ଟେନସନ ବଢୁଥିବା ବେଳେ ଭୁବନେଶ୍ବର ଏମ୍ସକୁ ଦୁଇଟି ଇକମୋ ମେସିନ ଆଣିବା ପାଇଁ ସ୍ଥିର ହୋଇଛି । ଏମ୍ସ ଅଧିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଦେଇଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଦୁଇଟି ଇକମୋ ସିଷ୍ଟମ ଲଗାଯିବ ଏବଂ ଏଥିପାଇଁ ଅଧିକ ଟେକ୍ନିସିଆନଙ୍କୁ ନିଯୁକ୍ତି ଦିଆଯାଉଛି । ପ୍ରଥମ ପର୍ଯ୍ୟୟରେ କିଛି ଅଧ୍ୟାପକଙ୍କୁ ଏଥିପାଇଁ ତାଲିମ ଦିଆଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ଇକମୋ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଇକମୋ ସିଷ୍ଟମ ନ ଥିବାରୁ ବହୁ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ବେଳେ ନିକଟରେ ତିନିଜଣ ଆକ୍ରାନ୍ତଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ବାହାର ରାଜ୍ୟକୁ ପଠାଯାଇଛି । ଇକମୋ ସିଷ୍ଟମର ଆବଶ୍ୟକତାକୁ ଉପଲବ୍ଧ କରି ଡିଏମଇଟି କହିଛନ୍ତି, ରାଜ୍ୟ ସରକାର ଦୁଇଟି ଇକମୋ ଆଣିବାକୁ ଟେଣ୍ଡର କରିଛନ୍ତି ଏବଂ ଭୁବନେଶ୍ବର କ୍ୟାପିଟାଲ ହସପିଟାଲ ଓ କଟକ ବଡ ମେଡିକାଲରେ ଏହା ରଖାଯିବ । ତେବେ ତା ପୂର୍ବରୁ ଏମ୍ସରେ ଇକମୋ ଲାଗିବା ପାଇଁ ବ୍ୟବସ୍ଥା ହେଉଥିବାରୁ ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଆଶ୍ବସ୍ତି ।

LEAVE A REPLY

Please enter your comment!
Please enter your name here