ବିଜେପିକୁ ଝଟକା । ପଶ୍ଚିମବଙ୍ଗ ଛକାପଞ୍ଝାରେ ପୁଣି ବାଜିମାତ୍ ମାରିଛନ୍ତି ଦିଦି । 2017ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ତୃଣମୂଳକୁ ଫେରି ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ମମତା କହିଛନ୍ତି, ଟିଏମସି ଛାଡି ଯାଇଥିବା ଅନ୍ୟ ନେତାଙ୍କ ଭଳି ମୁକୁଲ ଗଦ୍ଦାର ନୁହଁନ୍ତି । 2017ରେ ମୁକୁଲ ଟିଏମସି ଛାଡି ଯାଇଥିବା ବେଳେ ଦଳର ସାଧାରଣ ସଂପାଦକ ଓ ସାଂସଦ ଥିଲେ । ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଥମ ପ୍ରମୁଖ ନେତା ଥିଲେ ମୁକୁଲ ରୟ । ତେବେ ନିକଟରେ ସେ ବିଜେପି ଭିତରେ ଶ୍ବାସରୁଦ୍ଧ ଅନୁଭବ କରୁଛନ୍ତି ବୋଲି କହିଥିଲେ । ମୁକୁଲ ତାଙ୍କ ପୁଅ ଶୁଭେନ୍ଦୁଙ୍କ ସହ ଟିଏମସିକୁ ଫେରିଥିବା ବେଳେ ଦଳ ଛାଡି ଯାଇଥିବା ଆହୁରି ଅନେକ ନେତା ପୁଣି ତୃଣମୂଳକୁ ଫେରିଆସିବାକୁ ଚାହୁଁଥିବା ଦିଦି କହିଛନ୍ତି । ଏବେ ଫେରିବା ପର୍ବ ଆରମ୍ଭ ହେଲା ଏବଂ ଲୁହା ଗରମ ଥିବା ବେଳେ ବାଡେଇବା ଦରକାର ବୋଲି ମମତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here