ଆଜି ସମଗ୍ର ଦେଶରେ ରେକର୍ଡ ପରିମାଣର ଟିକାକରଣ ହୋଇଛି । ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ସମଗ୍ର ଦେଶରେ 69 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । 18 ବର୍ଷରୁ ଅଧିକ ବୟସର ସବୁ ଲୋକଙ୍କୁ ମାଗଣାରେ ଟିକା ଦେବା ପାଇଁ ଆଜି ଠାରୁ ଅଭିଯାନ ଆମ୍ଭ ହୋଇଛି । ଫଳରେ ଗୋଟିଏ ଟିକାକରଣ କ୍ଷେତ୍ରରେ ରେକର୍ଡକାଳୀନ ଟିକା ପ୍ରଦାନ କରାଯାଇଛି ।

ସରକାର ଟିକାକରଣ ନୀତିରେ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ରାଜ୍ୟ ସରକାରମାନଙ୍କୁ ଟିକା କିଣିବାକୁ ପଡୁଥିଲା । ଫଳରେ କେତେକ ରାଜ୍ୟ ବିନା ମୂଲ୍ୟରେ ଟିକା ଦେଉଥିବା ବେଳେ ଆଉ କେତେକ ରାଜ୍ୟ ଟିକା ପାଇଁ ଫିସ୍ ଧାର୍ଯ୍ୟ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ନିୟମରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ । ଏଥିପାଇଁ ଟିକା ଉତ୍ପାଦନ କରୁଥିବା କଂପାନୀ ଠାରୁ ସରକାର 75 ପ୍ରତିଶତ ଟିକା କିଣୁତିବା ବେଳେ 25 ପ୍ରତିଶତ ଟିକା ଘରୋଇ ହସପିଟାଲ ପାଇଁ ରଖିଛନ୍ତି ।

ଗତ ରବିବାର ସୁଦ୍ଧା ସମଗ୍ର ଦେଶରେ 28 କୋଟି ଲେକଙ୍କୁ ଟିକା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here