କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମ ପାଳନ ନ କରିବା ଟ୍ବିଟର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କେନ୍ଦ୍ର ସରକାର ଟ୍ବିଟର ଉପରୁ ଆଇନଗତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରି ନେଇଛନ୍ତି । ଏହାଫଳରେ ଟ୍ବିଟରରେ ପୋଷ୍ଟିଂ ହେଉଥିବା କଣ୍ଟେଣ୍ଟ ପାଇଁ ଟ୍ବିଟର କର୍ତୃପକ୍ଷ ଦାୟୀ ରହିବେ । କୌଣସି ଆପତ୍ତିଜନକ କଣ୍ଟେଣ୍ଟ ରହିଲେ ପୋଲିସ ଟ୍ବିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଟ୍ବିଟର ଅଧିକାରଙ୍କୁ ଜେରା କରିପାରିବ । ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, କେନ୍ଦ୍ର ସରକାର ଏହି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେବା ମାତ୍ରେ ଗାଜିଆବାଦରେ ଟ୍ବିଟର ବିରୋଧରେ ଏକ ମୋକଦ୍ଦମା ଦାୟର କରାଯାଇଛି । ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା ଭଳି ଏକ ଭିଡିଓ ଭାଇରାଲ ହୋଇଥିବା ନେଇ ଟ୍ବିଟର କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି । ଟ୍ବିଟର ପ୍ରଥମ ଆମେରିକୀୟ କଂପାନୀ, ଯାହା ବିରୋଧରେ ଭାରତ ସରକାର ଆଇନଗତ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ଅନୁସାରେ ଟ୍ବିଟର ଜଣେ ଅଧିକାରୀଙ୍କୁ ଭାରତ ପାଇଁ ନିଯୁକ୍ତ କରିବା କଥା, କିନ୍ତୁ ଏପର୍ଯ୍ୟନ୍ତ ଟ୍ବିଟର ତାହା ପାଳନ କରି ନ ଥିବାରୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here