ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଡିଏଫଓଙ୍କୁ ଘନଘନ ଜେରା । କ୍ରାଇମବ୍ରାଞ୍ଚର ତିନିଜଣିଆ ଟିମ୍ ଆଜି କଡା ସୁରକ୍ଷା ଭିତରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ନେଇ ଜେରା କରୁଛି ପୋଲିସ । ସୌମ୍ୟଙ୍କୁ ହତ୍ୟା କରାଯିବା ପଛରେ ଯେଉଁ ତିନିଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି, ତାଙ୍କ ମଧ୍ୟରେ ଡିଏଫଓ ରହିଛନ୍ତି । ଜେରା କରୁଥିବା ତିନିଜଣ ଅଧିକାରୀଙ୍କ ମଧ୍ୟରେ ମାମଲାର ତଦନ୍ତ ଅଧିକାରୀ ଓ ଏସଡିପିଓ ରହିଛନ୍ତି ।

ସୌମ୍ୟଙ୍କ ପରିବାର ଏହି ହତ୍ୟା ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭ ସଂପୃକ୍ତ ଥିବା ଅଭିଯୋଗ କରି ଏତଲା ଦେଇଥିଲେ । ବୋହୁ ବିଦ୍ୟାଙ୍କ ସହ ଡିଏଫଓଙ୍କ ଅନୈତିକ ସମ୍ପର୍କ ଥିବା ନେଇ ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ଡିଏଫଓଙ୍କ ପୂର୍ବରୁ ପୋଲିସ ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଜେରା କରିସାରିଛି । ତେବେ ଗତକାଲି ସୌମ୍ୟଙ୍କ ସରକାରୀ କ୍ବାର୍ଟରରୁ ବିଦ୍ୟାଭାରତୀଙ୍କ ଚିଠି ମିଳିଥିବା ବେଳେ ଆଜି ସୌମ୍ୟଙ୍କ ଡାଏରୀରୁ କିଛି ଲେଖା ପୋଲିସର ହସ୍ତଗତ ହୋଇଛି । ଯେଉଁଥିରେ ସୌମ୍ୟ ତାଙ୍କ ଚାକିରୀ କ୍ଷେତ୍ରକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଥିବା ସୂଚନା ମିଳୁଛି । ଆଜି ସୌମ୍ୟଙ୍କ ଏକାଦଶାହ ଥିବା ବେଳେ ଖୁବଶୀଘ୍ର ସୌମ୍ୟଙ୍କ ହତ୍ୟାକାରୀ ଧରାପଡିବେ ବୋଲି ଆଶା କରିଛନ୍ତି ସୌମ୍ୟଙ୍କ ମାମୁଁ ।

LEAVE A REPLY

Please enter your comment!
Please enter your name here