ଗୋଟିଏ ମାସର ଲକଡାଉନ ପରେ ବି କରୋନା ଥମିବାର ନାଁ ଧରୁନି । ଗତ ଚବିଶ ଘଣ୍ଟାରେ ରାଜ୍ୟରେ 9541 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ହିସାବରେ 33 ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1341 ଜଣ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ପରିମାଣକୁ ନେଇ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା କେତେବେଳେ କମୁଛି ତ ଆଉ କେତେବେଳେ ବଢୁଛି । ତେବେ ଆଶ୍ବସ୍ତିର ବିଷୟ ହେଉଛି, ଦୈନିକ ସଂକ୍ରମଣ ଯେଉଁ ହାରରେ ବୃଦ୍ଧି ହେଉଥିଲା, ଲକଡାଉନ ଯୋଗୁ ତାହା ସ୍ଥିର ରହିଛି ।
ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ସଂକ୍ରମଣରେ କଟକ ଦ୍ବିତୀୟ ସ୍ତାନରେ ରହିଛି । କଟକରୁ ୭୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜ ୬୯୫, ସୁନ୍ଦରଗଡ଼ ୫୯୫, ଅନୁଗୋଳ ୫୬୨, ପୁରୀ ୫୨୮, ଯାଜପୁର ୪୮୯, ଭଦ୍ରକ ୪୬୪, କଳାହାଣ୍ଡିରୁ ୩୧୫, ବାଲେଶ୍ୱର ୩୦୨, ଜଗତସିଂହପୁର ୨୯୯ ଏବଂ ବରଗଡ଼ରୁ ୨୮୪ ଜଣ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁରରୁ ୨୫୪ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ୧୦୧, ବୌଦ୍ଧ ୧୭୭, ଦେବଗଡ଼ ୬୧, ଢେଙ୍କାନାଳ ୧୧୭, ଗଜପତି ୬୯, ଗଞ୍ଜାମ ୧୫୦, ଝାରସୁଗୁଡ଼ା ୧୪୦, କନ୍ଧମାଳ ୧୦୭, କେନ୍ଦ୍ରାପଡ଼ା ୧୧୪, କେନ୍ଦୁଝର ୧୭୭, କୋରାପୁଟ ୨୧୫, ମାଲକାନଗିରି ୧୨୩, ନୟାଗଡ଼ ୨୩୦, ନୂଆପଡ଼ା ୫୦, ରାୟଗଡ଼ା ୧୬୪, ସମ୍ବଲପୁର ୨୨୯ ଓ ସୋନପୁର ଜିଲ୍ଲାରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here