କରୋନାର ତୃତୀୟ ଲହରକୁ ନେଇ ପୁଣି ଆରମ୍ବ ହୋଇଛି ଅବଗଣନା । ଦୁଇରୁ ଚାରି ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ମହାରାଷ୍ଟ୍ର ଅଥବା ମୁମ୍ବାଇରେ ପହଞ୍ଚିଯିବ ବୋଲି ଆକଳନ କରିଛି ରାଜ୍ୟ କୋଭିଡ ଟାସ୍କ ଫୋର୍ସ । ତୃତୀୟ ଲହର ସଂକ୍ରମଣ ଦ୍ବିତୀୟ ଲହର ଠାରୁ ଆହୁରି ଭୟଙ୍କର ହେବ ବୋଲି କୁହାଯାଇଛି । ଏପରିକି ସଂକ୍ରମିତଙ୍କ ସଂଖ୍ୟା ଦ୍ବିତୀୟ ଲହରର ଦୁଇଗୁଣ ହେବ ବୋଲି ଅନୁମାନ ଲଗାଇଛି ଟାସ୍କଫୋର୍ସ । ତେବେ ଏଥିରେ ଶିଶୁମାନେ ବେଶୀ ସଂକ୍ରମିତ ହେବେ ନାହିଁ ବୋଲି କୁହାଯାଇଛି ।

ପ୍ରଥମ ଲହରରେ ମହାରାଷ୍ଟ୍ରରେ 19 ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ଏହା 40 ଲକ୍ଷକୁ ଛୁଇଁଥିଲା ।

ସ୍ବାସ୍ଥ୍ୟ ବିଶାରଦଙ୍କ ମଦ ହେଉଛି, ପ୍ରଥମ ଓ ଦ୍ବିତୀୟ ଲହରରୁ ବଞ୍ଚିଯାଇଥିବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏହାଦ୍ବାରା ବେଶୀ ପ୍ରଭାବିତ ହେବେ ।

LEAVE A REPLY

Please enter your comment!
Please enter your name here