କୋଭିଡ ପାଇଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ମୋଟ 1 କୋଟି 10 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।
ପର୍ଯ୍ୟଟନ କ୍ଷେତ୍ରକୁ ସୁଧାରିବା ପାଇଁ ପ୍ରଥମ ପାଞ୍ଚଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା ବ୍ୟବସ୍ଥା କରାଯାଇଛି ।
2022 ମାର୍ଚ୍ଚ 31 ପର୍ଯ୍ୟନ୍ତ ଏହି ଭିସା ଫି ଫ୍ରି ଯୋଜନା ଲାଗୁ ରହିବ ।
10 ହଜାର 700 ପଂଜିକୃତ ଟୁରିଷ୍ଟ ଗାଇଡଙ୍କ ପାଇଁ ସହାୟତା ଘୋଷଣା ।
ମାଇକ୍ରୋ ଫାଇନାନ୍ସ ସଂସ୍ଥା ଜରିଆରେ 25 ଲକ୍ଷ ଲୋକଙ୍କୁ ଆର୍ଥିକ ସହାୟତା ସୁବିଧା ।
ଏକ ଲକ୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ଋଣ ନେଇ ବିନିଯୋଗ କରିପାରିବେ ।
କ୍ଷୁଦ୍ର ବ୍ୟବସାୟୀଙ୍କୁ 1 ଲକ୍ଷ 25 ହଜାର ଟଙ୍କା ଋଣ ନେଇପାରିବେ ।
ସ୍ବାସ୍ଥ୍ୟ କ୍ଷେତ୍ରରେ 50 ହଜାର କୋଟି ଟଙ୍କାର ପ୍ୟାକେଜ ।
ଚାଷୀଙ୍କୁ 14 ହଜାର 775 କୋଟି ଟଙ୍କାର ସବସିଡ୍ ।

LEAVE A REPLY

Please enter your comment!
Please enter your name here