ସୀମା ଟପିଯାଉଛି ପୋଲିସର ବର୍ବରତା । ଲକଡାଉନ୍ କଟକଣା କାର୍ଯ୍ୟକାରୀ କରିବା ନାଁରେ କିଛି ପୋଲିସ ବାବୁଙ୍କ ଅସଲ ଚେହେରା ପଦାକୁ ଆସୁଛି । ନିକଟରେ ଭୁବନେଶ୍ୱର କେସୁରା ଅଞ୍ଚଳରେ ଜଣେ ନବମ ଶ୍ରେଣୀରେ ପଢୁଥିବା ନାବାଳକ ତା ବାପାଙ୍କ ଅନୁପସ୍ଥିତିରେ ଚା’ ଦୋକାନ ଖୋଲିଥିବାବେଳେ ପୋଲିସ ବାବୁ ଜଣଙ୍କ ତାକୁ ନିର୍ଧୁମ ପିଟିଥିଲେ । ଏମିତିକି ତା ଦୋକାନ ଭିତରକୁ ପଶି ତାକୁ ଘୋଷାଡି ଆଣିବା ସହ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ସେତିକିରେ ମନ ସନ୍ତୁଷ୍ଟ ହୋଇନଥିଲା ଯେ, ତା ଦୋକାନରୁ ସାମଗ୍ରୀ ନେଇଯାଇଥିଲେ । ପିଲାଟି ଯେତେ କାକୁତିମିନତୀ କରିଥିଲେ ବି ଖାକିବର୍ଦ୍ଦିର ଅହଂକାରରେ ପୋଲିସ ବାବୁ ଜଣକ ଶୁଣି ନଥିଲେ । ପିଲାଟି କହିଥିଲା, ତା ବାପାଙ୍କ ଦେହ ଖରାପ ଯୋଗୁ ସେ କେତେକ ସାମଗ୍ରୀ ଘର ପାଇଁ ନେବାକୁ ଦୋକାନ ଖୋଲିଥିଲା । ମାତ୍ର ପୋଲିସ ଜଣକ ଶୁଣିବା ଅବସ୍ଥାରେ ନ ଥିଲା । ତେବେ ପୋଲିସ କର୍ମଚାରୀଙ୍କ ଏହି ବର୍ବରତା ସୌଭାଗ୍ୟବଶତଃ ସିସିଟିଭିରେ କଏଦ ହୋଇଥିଲା । ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କମିଶନରେଟ୍ ପୋଲିସ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

LEAVE A REPLY

Please enter your comment!
Please enter your name here