ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଫାଇନାଲରେ ପହଁଞ୍ଚିଛି ବେଲଜିୟମ । ସେମି ଫାଇନାଲ ମ୍ୟାଚରେ ବେଲଜିୟମ ୫-୨ ଗୋଲରେ ଭାରତକୁ ହରାଇଛି । ଏହି ମ୍ୟାଚରେ ବେଲଜିୟମ ଟିମ୍ ପ୍ରଭାବୀ ପ୍ରଦର୍ଶନ କରିଥିଲା । ବେଲଜିୟମ ପ୍ରଥମ ଗୋଲ ଦେଇ ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ଦୁଇଟି ଗୋଲ ଦେଇ ଆଗୁଆ ରହିଥିଲା । ଏହାପରେ ବେଲଜିୟମର ଖେଳାଳୀମାନେ ନୂଆ ରଣନୀତି ଆପଣାଇଥିଲେ । ଚତୁର୍ଥ କ୍ୱାର୍ଟରରେ ବେଲଜିୟମ ୪-୨ରେ ଆଗୁଆ ରହିଥିବାବେଳେ ଅନ୍ତିମ ମିନିଟରେ ଆଉ ଏକ ଗୋଲ ଦେଇ ବିଜୟ ବ୍ୟବଧାନକୁ ବଢାଇଥିଲେ । ଭାରତର ମନଦୀପ ସିଂ , ହରମନପ୍ରୀତ ଗୋଲ ଦେଇଥିଲେ । ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ ପରାସ୍ତ ହୋଇଥିଲେ ମଧ୍ୟ ବ୍ରୋଞ୍ଚ ପଦକ ପାଇଁ ଖେଳିବ । ଅଷ୍ଟ୍ରେଲିୟା ଓ ଜର୍ମାନୀ ମ୍ୟାଚରେ ହାରିଥିବା ଦଳ ସହିତ ଟିମ୍ ଇଣ୍ଡିଆର ମୁକାବିଲା ହେବ ।

LEAVE A REPLY

Please enter your comment!
Please enter your name here