କରୋନା ସାଙ୍ଗକୁ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ହୋଇଛି । ଗତ ମେ 22ରେ 8848 ବ୍ଲାକ ଫଙ୍ଗସ କେସ୍ ଚିହ୍ନଟ ହୋଇଥିବା ବେଳେ 25 ତାରିଖରେ ଏହା ବୃଦ୍ଧି ପାଇ 11,700ରେ ପହଞ୍ଚିଥିଲା । ଚାରିଦିନ ଭିତରେ ବ୍ଲାକଫଙ୍ଗସ ସଂକ୍ରମଣ ସଂଖ୍ୟା ପାଖାପାଖି 3 ହଜାର ବୃଦ୍ଧି ପାଇଥିଲା । ଏହି ରୋଗର ଚିକିତ୍ସା ପାଇଁ ଆମ୍ଫୋଟେରିସିନ-ବି ଔଷଧ ବ୍ୟବହାର କରାଯାଉଥିଲେ ହେଁ ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ସେହି ଅନୁପାତରେ ଦେଶରେ ଔଷଧ ନାହିଁ । ଦେଶୀୟ ଫାର୍ମା କଂପାନୀ ଏବଂ ବିଦେଶରୁ ଆମଦାନୀ ସବୁକୁ ମିଶାଇଲେ ମଧ୍ୟ ଚାହିଦା ମେଣ୍ଟିପାରୁନି । ଦୈନିକ ଜଣେ ଆକ୍ରାନ୍ତଙ୍କ ପାଇଁ 5 ରୁ 7ଟି ଭାଏଲ୍ ଦରକାର ଏବଂ 42 ଦିନ ପାଇଁ ଏହି ଡୋଜ୍ ଦିଆଯାଉଛି । ସେହି ହିସାବରେ ଏବେ ଦୈନିକ 70200 ଏବଂ ଛ ସପ୍ତାହ ପାଇଁ 29 ଲକ୍ଷ ଆବଶ୍ୟକ ରହିଛି । କେନ୍ଦ୍ର ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ ଦେଇଥିବା ସୂଚନା ଅନୁଯାୟୀ, ମେ ମାସରେ ବିଦେଶରୁ 3.67 ଲକ୍ଷ ଭାଏଲ ଆମଦାନୀ ହୋଇଥିବା ବେଳେ ଜୁନମାସରେ 3.15 ଲକ୍ଷ ଆମଦାନୀ କରାଯିବ । ଏବେ ଗୁଜରାଟରେ ସର୍ବାଧିକ 2859 ଓ ମହାରାଷ୍ଟ୍ରରେ 2770 ବ୍ଲାକଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟ ଗୁଡିକରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ତଳେ ରହିଛି ।

LEAVE A REPLY

Please enter your comment!
Please enter your name here