କୋଭିିିିଡ ନିୟମ ଉଲ୍ଲଂଘନ କରୁଥିବାରୁ ବିଏମସି କର୍ତ୍ତୃପକ୍ଷ ଭୁବନେଶ୍ବରର ମୁଖ୍ୟ ହାଟ ଏକ ନମ୍ବର ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । ସାପ୍ତାହିକ ସଟ୍ ଡାଉନ ପୂର୍ବରୁ ଏକ ନମ୍ବର ହାଟରେ ପ୍ରବଳ ଭିଡ ଲାଗି ରହିଥିଲା । ଉଭୟ ହୋଲସେଲ ଓ ରିଟେଲର ବ୍ୟବସାୟୀଙ୍କ ପାଇଁ ବିଏମସି କର୍ତ୍ତୃପକ୍ଷ ହାଟକୁ ବନ୍ଦ କରିଦେଇଛନ୍ତି । ସଂକ୍ରମଣ ବଢିବା ଆଶଙ୍କାରେ ବିଏମସି କର୍ତ୍ତୃପକ୍ଷ ହାଟ ବନ୍ଦ କରିଦେଇଥିବା ସୂଚନା ଦେଇଛନ୍ତି ।
ଓଡିଶାରେ ଚିହ୍ନଟ ହେଉଥିବା ଦୈନିକ କୋଭିଡ ସଂକ୍ରମଣରେ ଏବେ ବି ଭୁବନେଶ୍ବରରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସରକାର ଯଦିଓ ଲକ୍ ଡାଉନ ବ୍ୟବସ୍ଥାକୁ ସରକାରୀ ଭାବେ ବଳବତ୍ତର ରଖିଛନ୍ତି, କିନ୍ତୁ ଅଧିକାଁଶ ସ୍ଥାନରେ ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । ଏଭଳି ବେପରଓ୍ବା ମନୋଭାବ ପୁଣି କୋଭିଡ ସଂକ୍ରମଣ ବୃଦ୍ଧି କରିବା ନେଇ ଆଶଙ୍କା ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here