କୋଭିଡ ପାଇଁ ରାଜ୍ୟ ସରକାର ଯୁକ୍ତଦୁଇ ପରୀକ୍ଷା ବାତିଲ କରିଛନ୍ତି । ପରୀକ୍ଷା ବାତିଲ ସଂପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ । ତେବେ ଦୁଇଦିନ ତଳେ ସିବିଏସଇ ଦ୍ବାଦଶ ପରୀକ୍ଷା ବାତିଲ କରିଥିଲା । ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ ଏବଂ କୋଭିଡ ପାଇଁ ପରୀକ୍ଷା କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ସିଏଚଏସଇ ନିର୍ଦ୍ଧାରିତ ମାପଦଣ୍ଡରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରି ମାର୍କ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ।

LEAVE A REPLY

Please enter your comment!
Please enter your name here