ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶାନ୍ତି ଶୃଙ୍ଖଳାର ସହ ବାହୁଡା ଯାତ୍ରା ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପୋଲିସ ପକ୍ଷରୁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଆସନ୍ତାକାଲି ରାତି ଆଠଟାରୁ 21 ତାରିଖ ରାତି ଆଠଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ରଥଯାତ୍ରା ଦିନ ଯେପରି କଟକଣା ଜାରି କରାଯାଇଥିଲା, ବାହୁଡାରେ ମଧ୍ୟ ସେହି କଟକଣା ବଳବତ୍ତର ରହିବ ବୋଲି ପୁରୀ ଏଶପି କହିଛନ୍ତି । ବଡଦାଣ୍ଡ ଦୁଇପାର୍ଶ୍ବରେ ଥିବା କୋଠାଘରଗୁଡିକରେ ଛାତ ଓ ବାଲକୋନିକୁ ବାହୁଡା ଦିନ କେହି ନ ଆସିବା ପାଇଁ କଟକଣା ଜାରି କରାଯାଇଛି । ହୋଟେଲ, ଲଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅମାନିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ 20ଟି ସ୍କ୍ବାର୍ଡ ଗଠନ କରାଯାଇଛି । ରଥଯାତ୍ରା ବେଳେ ଯେଉଁ ହୋଟେଲ ଓ ଲଜ୍ ନିୟମ ଉଲ୍ଲଂଘନ କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଏସପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here