ଏସିଏଫ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଏବେବି ସସପେନ୍ସ ଘେରରେ । ସୌମ୍ୟଙ୍କ ମୃତ୍ୟୁ କେମିତି ହେଲା କିଏ ମାରିଲା ତାର ଖିଅ ଖୋଜି ପାଉନି ପୋଲିସ । ପୋଲିସ ହାତରେ ସେମିତି ପ୍ରମାଣ ବି କିଛି ମିଳିନି । ଏହାରି ଭିତରେ ସାମ୍ନାକୁ ଆସୁଛି ସୌମ୍ୟଙ୍କ ପତ୍ନୀ ବିଦ୍ୟାଙ୍କର ହାତ ଲେଖା ଖାତା । ଏଥିରେ ଯୋଡ଼ି ହୋଇଛି ଏକ ନୂଆ ନାଁ । ଏହି ଖାତାରେ ‘ଅକ୍ଷୟ’ ବୋଲି ଏକ ନାଁ ଲେଖାଯାଇଛି ଓ ତାକୁ କାଟି ଦିଆଯାଇଛି। ତେଣୁ ବିଦ୍ୟାଭାରତୀଙ୍କ ସହିତ ଏହି ଅକ୍ଷୟଙ୍କର ସଂପର୍କ ଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି, ମୋ ବାପା, ମାମୁ ଓ ଭାଇ ପାରଳାଖେମୁଣ୍ଡି ଯାଇଥିବା ବେଳେ ସୌମ୍ୟଙ୍କ ସରକାରୀ ବାସଭବନରୁ ଏହି ଖାତାକୁ ଆଣିଥିଲେ । ଅକ୍ଷୟ କିଏ କହିପାରିବିନି । କିନ୍ତୁ ସନ୍ଦେହ କରୁଛି ଯେ ତା’ ସହିତ ବିଦ୍ୟାଭାରତୀଙ୍କ ସଂପର୍କ ଥାଇପାରେ । କାରଣ ଆମେ ଶୁଣିଥିଲୁ ଯେ ବାହାଘର ପୂର୍ବରୁ ତାଙ୍କର ଆଉ କାହା ସହିତ ଆଫେୟାର ଥିଲା । ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହିତ ସଂପର୍କ ନଥିଲା, ତେଣୁ ତା’ (ଅକ୍ଷୟ) ସହିତ ବି ଆଫେୟାର ଥିବ। ଏହି ଘଟଣାର ତଦନ୍ତ କଲେ ସତ କଥା ପଦାକୁ ଆସିବ ।

LEAVE A REPLY

Please enter your comment!
Please enter your name here