ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ଜାମିନ । ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛି । ଟାଟା କମ୍ପାନୀରେ ଚାକିରୀ କରାଇଦେବା ନାଁରେ ଅନେକ ଯୁବକ ଯୁବତୀଙ୍କୁ ଠକେଇ ମାମଲାରେ ତାଙ୍କୁ ଜାମିନ୍ ମିଳିଥିବା ସୂଚନା ମିଳିଛି । ୫ ଲକ୍ଷ ଟଙ୍କାର ଜମା , ୨ ଲକ୍ଷ ଳେଖାଏଁ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ଗୋପାଳପୁର ବିଧାୟକଙ୍କୁ ଜାମିନ୍ ଦେଇଛନ୍ତି । ଏହି ସମୟରେ ତଦନ୍ତରେ ସହଯୋଗ କରିବାକୁ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ଏବଂ ମାମଲା ସମ୍ପର୍କରେ ଗଣମାଧ୍ୟମରେ ବିବୃତ୍ତି ନଦେବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here