ଆଜି ମହାପ୍ରଭୁଙ୍କ ସୁନାବେଶ I ଗତକାଲି ଶାନ୍ତିଶୃଙ୍ଖଳା ମଧ୍ୟରେ ବାହୁଡାଯାତ୍ରା ଶେଷ ହୋଇଥିଲା I ତିନିରଥ ଶ୍ରୀମନ୍ଦିର ନିକଟରେ ନିର୍ଦ୍ଦାରିତ ସମୟ ପୂର୍ବରୁ ପହଞ୍ଚି ଯ଼ାଇଥିଲା I ଶାନ୍ତିଶୃଙ୍ଖଳା ଭିତରେ ବାହୁଡାଯାତ୍ରା ନୀତିକାନ୍ତି ଶେଷ ହେବା ପରେ ଆଜି ମହାପ୍ରଭୁଙ୍କ ସୁନାବେଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି I ବିନା ଭକ୍ତରେ ମହଣ ମହଣ ସୁନାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେବ I

ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ କଡା କଟକଣା ଜାରି କରାଯାଇଛି I ବଡଦାଣ୍ଡରେ 144 ଧାରା ଜାରି କରାଯାଇଥିବା ବେଳେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି I

LEAVE A REPLY

Please enter your comment!
Please enter your name here