ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ରିମାଣ୍ଡ ଅବଧିରେ କ୍ରାଇମବ୍ରାଞ୍ଚ ଏବଂ ଏୟାରଫୋର୍ସ ଅଧିକାରୀଙ୍କ ଖୋଳତାଡବେଳେ ଅଭିଯୁକ୍ତଙ୍କଠାରୁ ମିଳିଛି ସାଘାଂତିକ ତଥ୍ୟ । ଜଣେ ରହସ୍ୟମୟୀ ମହିଳା ବିବାହ ଅଫର ଦେଉଥିବା କଥା ସାମ୍ନାକୁ ଆସିଛି । ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ କଥା ହେଉଥିଲା ସମ୍ପୃକ୍ତ ମହିଳା । କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲା ତ ଆଉ କାହାକୁ ରାଜସ୍ଥାନରେ । କାହାକୁ ଡିଫେନ୍ସ ଷ୍ଟାଫ୍ ତ ଆଉ କାହାକୁ ଚଣ୍ଡିଗଡରେ ନର୍ସ ଥିବା କହୁଥିଲା । ଏଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବ୍ରୁଆରୀରୁ ସମ୍ପର୍କ ରଖିଥିଲା । ଭିଡିଓ କଲ , ଫେସବୁକ୍ କଲ ଏବଂ ମେସେଞ୍ଜର କଲ୍ କରୁଥିଲା ମହିଳା । ଅଭିଯୁକ୍ତଙ୍କ ସହ ଇଂଲିସ ଏବଂ ହିନ୍ଦିରେ କଥା ହେଉଥିଲା ଏହି ମହିଳା । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇଥିଲା । ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here