ଗୋଟିଏ ପରେ ଗୋଟିଏ ଝିଅଙ୍କୁ ବିବାହ କରି ତଡି ଦେଉଥିଲା ରସିକିଆ ବିଲଡର । ନିଜକୁ ବିଲଡର କହି ଝିଅ ପଟାଉଥିଲା । ପରେ ବିବାହ କରି ଝିଅଙ୍କ ପାଖରୁ ଟଙ୍କା ଲୁଟିବା ପରେ ତଡିଦେଉଥିଲା । ଏବଂ ତାଙ୍କୁ ନିର୍ଯ୍ୟାତନା ଦେଉଥିଲା । ବିବାହ କରୁଥିଲା କିନ୍ତୁ ମଜଲିସ ପାଇଁ । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଝିଅ ବଦଳାଇବା ମହଙ୍ଗା ପଡିଛି ଏହି ବ୍ୟକ୍ତିଙ୍କୁ । ଏବେ ପୋଲିସ ପଞ୍ଝାରେ ରସିକିଆ ବିଲଡର । ଧନୀ ଶ୍ରେଣିର ଝିଅଙ୍କୁ ଫସାଇ ବିବାହ କରି ପ୍ରତାରଣା କରୁଥିଲେ । ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ ଥାନା ଓ ମହିଳା ଥାନାରେ ଦୁଇ ଜଣ ଯୁବତୀ ଏତଲା ଦେବା ପରେ ପୋଲିସ ହାତରେ ଧରାପଡିଛି ରୋମିଓ ବିଲଡର ପ୍ରିୟବ୍ରତ ମିଶ୍ର ।

LEAVE A REPLY

Please enter your comment!
Please enter your name here