ଚର୍ଚ୍ଚାରେ ଓଡିଆ ବୋହୂ ମୋନାଲିସା ।
ମୁଣ୍ଡରୁ ଓଢଣା ଖସୁନି । କିନ୍ତୁ ବୁଲେଟ ଚଲେଇବାଠୁ ଆରମ୍ଭ କରି ଘୋଡା ଚଢିବା ଯାଏଁ ସବୁଥିରେ ପାରଙ୍ଗମ । ବସ୍, ଟ୍ରକ, ଟ୍ରାକ୍ଟର, ଟ୍ରଲର ସବୁ ଗାଡିକୁ ଚଲାଇବାରେ ଦକ୍ଷ ସେ । ଯାଜପୁର ଜିଲ୍ଲା ବେରୁଦା ପଞ୍ଚାୟତ ଜହଳ ଗାଁର ବୋହୂ ମୋନାଲିସା ଭଦ୍ର । ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ସେ । ତେବେ ତାଙ୍କ ଗାଡି ଚଲାଇବାର ଦକ୍ଷତା ଯେମିତି, ତା’ଠୁ ବେଶୀ ଭଲ ଲାଗେ ତାଙ୍କର ମାଙ୍କଡମାନଙ୍କ ଭଲ ପାଇବା ଦେଖିଲେ । ଯେମିତି ମାଙ୍କଡମାନେ ତାଙ୍କର ଖୁବ୍ ଆପଣାର । ମାଙ୍କଡମାନେ ବି ଖୁବ ସହଜ ତାଙ୍କ ପାଖରେ ।
ଭବିଷ୍ୟତରେ ହେଲିକପ୍ଟର ଚଲାଇବାର ସ୍ବପ୍ନ ମୋନାଲିସାଙ୍କର ।
ମୋନାଲିସାଙ୍କର ଏସବୁ ଦକ୍ଷତା ଦେଖି ଖୁସି ଶାଶୁଘର ଲୋକେ । ତାଙ୍କର ଏସବୁ ଭିଡିଓ ଏବେ ୟୁଟ୍ୟୁବ ଚ୍ୟାନେଲରେ ଖୁବ୍ ଲୋକପ୍ରିୟ । 22 ଲକ୍ଷରୁ ଅଧିକ ସବ୍ସକ୍ରାଇବର ଅଛନ୍ତି ।

LEAVE A REPLY

Please enter your comment!
Please enter your name here