ସାବିତ୍ରୀରେ ବ୍ୟବସାୟୀଙ୍କୁ ଢିଲା ଛାଡିଦେଲା ପୋଲିସ । ପୋଲିସର ଢିଲା ଦେଖି ଫଳ ବଜାରରେ ଭିଡ ଜମିଲା । ଲୋକେ ବି ଲକଡାଉନ କଟକଣା ଭିତରେ ଫଳ ବଜାରରେ ଭିଡ ଜମାଇ ଦେଲେ । ପୋଲିସ କଟକଣା କାମ କଲାନି । ଆଗକୁ ରଜ ଆସୁଥିବାରୁ ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିଛି କମିଶନରେଟ ପୋଲିସ । ଯଦି କୌଣସି ବ୍ୟବସାୟୀ କୋଭିଡ କଟକଣା ଉଲ୍ଲଂଘନ କରି ଦୋକାନ ଖୋଲିବେ, ତେବେ ସେମାନଙ୍କୁ ଦରକାର ପଡିଲେ ଗିରଫ କରାଯିବ ବୋଲି ନାଲିଆଖି ଦେଖାଇଛି ପୋଲିସ । ଆଜି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦେଇଥିବା ସୂଚନା ଅନୁଯାୟୀ ରଜ ପାଇଁ ଦୋକାନ ବଜାର ଖୋଲିବା ଉପରେ କଟକଣା ଜାରି କରାଯାିଛି ।

LEAVE A REPLY

Please enter your comment!
Please enter your name here