କରୋନା ପାଇଁ ଚଳିତବର୍ଷ ରଥଯାତ୍ରା କେବଳ ପୁରୀରେ ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ରଥଯାତ୍ରା ହେବ ନାହିଁ ବୋଲି ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଗତବର୍ଷ ଭଳି ସଂପୂର୍ଣ୍ଣ କଟକଣା ଭିତରେ ପୁରୀରେ ରଥଯାତ୍ରା ହେବ । କୋଭିଡ ନେଗେଟିଭ ଥିବା ସେବାୟତ ରଥଯାତ୍ରାରେ ସାମିଲ ହୋଇପାରିବେ । ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । କରୋନା ଦ୍ବିତୀୟ ଲହରୀ ଅବ୍ୟାହତ ରହିଥିବାରୁ ପୁରୀରେ ରଥଯାତ୍ରା ଗତବର୍ଷ ଭଳି କଟକଣା ଭିତରେ କରାଯିବ । ଗୋଟିଏ ରଥକୁ ସର୍ବାଧିକ ପାଞ୍ଚଶହ ଜଣ ଟାଣିପାରିବେ । ସେହିପରି ନୀତିକାନ୍ତିରେ ସଂପୃକ୍ତ ସେବାୟତ କୋଭିଡ ନେଗେଟିଭ, ଏବଂ ଦୁଇଟି ଯାକ ଭାକ୍ସିନ ଡୋଜ ନେଇଥିବା ଦରକାର । ଗତବର୍ଷ ଭଳି ଏଥରକ ସମାନ ପ୍ରକାରର କଟକଣା ରହିବ ବୋଲି ଶ୍ରୀ ଜେନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here