ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା କମୁନି, ବଢିବାରେ ଲାଗିଛି । ଗତକିଛିଦିନ ଧରି ୪୦ ଉପରେ ରହୁଥିବାବେଳେ ଆଜି ୫୦ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଆକ୍ରାନ୍ତଙ୍କ ମୃତ୍ୟୁହୋଇଥିବାବେଳେ ଗଞ୍ଜାମ, କଳାହାଣ୍ଡି ଓ ପୁରୀରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହିତ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪୨୪୮ କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୨୮୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ କ୍ୱାରେଣ୍ଟିନରୁ ୧୫୯୭ ଲୋକାଲ କେସ୍ ରହିଛି ୧୨୦୬ । ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୪୪୧, ମୟୂରଭଞ୍ଜରୁ ୧୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here