ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । କରୋନା ସଂକ୍ରମଣ କମିବା ସମସ୍ତଙ୍କ ପାଇଁ ବଡ ଆଶ୍ବସ୍ତି ଆଣି ଦେଇଛି । ସାବିତ୍ରି ଓ ରଜ ଭଳି ପର୍ବପାଳନ ବେଳେ ବି ସରକାର ଲକଡାଉନ୍ କୋହଳ କରିନାହାଁନ୍ତି । ସମସ୍ତଙ୍କର ଲକ୍ଷ୍ୟ ରହିଛି, ସଂକ୍ରମଣ ହ୍ରାସ । କରୋନା ସଂକ୍ରମଣ ତଳମୁହାଁ ହୋଇଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲଗାମ ଲାଗୁନି । ଗତ ଚବିଶ ଘଣ୍ଟା ଭିତରେ 44 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଦୈନିକ ଟେଷ୍ଟ ତୁଳନାରେ ସଂକ୍ରମଣ ହାର କମିଛି । 66 ହଜାର ସାମ୍ପଲ ଟେଷ୍ଟ ହୋଇଥିବା ବେଳେ 6 ପ୍ରତିଶତ ପଜିଟିଭ୍ ବାହାରିଛି ।

LEAVE A REPLY

Please enter your comment!
Please enter your name here