ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଗଣେଶ ପୂଜା, ଦୂର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀପୂଜା ପାଇଁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିଛି । ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ସରକାର ଅନୁମତି ଦେଇଥିଲେ ମଧ୍ୟ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ସିପିଙ୍କ ଅନୁମତି ଜରୁରୀ । ତେବେ ସରକାର ଜାରି କରିଥିବା କଟକଣା ଅନୁଯାୟୀ, ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କୁ ଆସିବା ପାଇଁ ବାରଣ କରାଯାଇଛି । କୌଣସି ସାଜସଜ୍ଜା, ତୋରଣ କରାଯିବ ନାହିଁ । ପ୍ରତିମାର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ମଣ୍ଡପରେ ୭ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ପ୍ରଭୃତି କରାଯାଇପାରିବ ନାହିଁ । ବିସର୍ଜନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବିସର୍ଜନ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ । ଭୋଜିଭାତ ଆୟୋଜନ ନିଷେଧ କରାଯାଇଛି । ସେହିପରି ଶିକ୍ଷାନୁଷ୍ଠାନଗୁଡିକରେ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା କରିବାକୁ ସରକାର ଅନୁମତି ଦେଇଛନ୍ତି । କେବଳ ପରଂପରା ରକ୍ଷା ପାଇଁ ନିରାଡମ୍ବର ଭାବେ ପୂଜା କରିବାକୁ
ସରକାର ଅନୁମତି ଦେଇଛନ୍ତି । ଯଦି କୌଣସି କମିଟି କୋଭିଡ ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here