ଶେଷରେ ସହାୟତାର ହାତ ବଢାଇଲେ ରାଜ୍ୟବାସୀ । ଭଦ୍ରକ ବାସୁଦେବପୁରର ଅଭିଷେକଙ୍କୁ ଏୟାର ଲିଫ୍ଟିଂ କରାଯାଇ କୋଲକତାର ସୁପର ସ୍ପେସାଲିଟୀ ହସପିଟାଲକୁ ନିଆଯାଇଛି । ଅର୍ଥାଭାବ ଯୋଗୁ ଅଭିଷେକଙ୍କ ଇକମୋ ଟ୍ରିଟମେଣ୍ଟ ହେଉପାରୁ ନ ଥିବା ବେଳେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅଭିଷେକଙ୍କ ପତ୍ନୀ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ । ଆଜି ଅଭିଷେକଙ୍କୁ କଳିଙ୍ଗ ହସପିଟାଲରୁ ବିମାନ ବନ୍ଦର ନେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କମିଶନରେଟ ପୋଲିସ ପକ୍ଷରୁ ଗ୍ରୀନ କରିଡର କରାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦ ନିଆଯିବା ପରେ ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକତା ନିଆଯାଇଛି । ଗତ ମାସରେ ଅଭିଷେକଙ୍କ ବାହାଘର ହୋଇଥିଲା ଏବଂ ବାହାଘରର ମାତ୍ର ଆଠଦିନ ପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । କ୍ରେମ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାିଥିଲା । ମାତ୍ର ଫୁସଫୁସ୍ ସଂକ୍ରମଣ ହୋଇଥିବାରୁ ତାଙ୍କର ଇକମୋ ଟ୍ରିଟମେଣ୍ଟ ଆବଶ୍ୟକ ପଡିଥିଲା ।

LEAVE A REPLY

Please enter your comment!
Please enter your name here