ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ । ବୌଦ୍ଧ କନ୍ଧମାଳ ସୀମାରେ ସୁରକ୍ଷା କର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି ବିନିମୟ ହୋଇଥିବାର ଖବର ଆସି ପହଁଞ୍ଚୁଛି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଚାଲିଛି ଗୁଳି ବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କରିଛନ୍ତି ଡିଜିପି । କୋରାପୁଟ ଗସ୍ତରେ ଥିବା ଡିଜିପି ଘଟଣାସ୍ଥଳରେ ପହଁଞ୍ଚିଥିଲେ । ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଏୟାରଲିଫ୍ଟ କରି ଆଣୁଛନ୍ତି । କିଛି ସମୟ ମଧ୍ୟରେ ଭୁବନେଶ୍ୱରରେ ପହଁଞ୍ଚିବେ ଆହତ ଯବାନ ।

LEAVE A REPLY

Please enter your comment!
Please enter your name here