ରାୟଗଡାରେ ଆଜି ଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେ । ଛଅ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ବୟଷ୍କ ବ୍ୟକ୍ତିଙ୍କ ଠାରୁ ସଂଗ୍ରହ ହେବ ନମୁନା । ଏଥି ପାଇଁ ଏକ ୯ ଜଣିଆ ଟିମ ରାୟଗଡାରେ ପହଚିଂ ଆଜି ଜୁରୁଡି ଗ୍ରାମକୁ ଯାଇଥିଲେ । ହେଲେ ସେଠାରେ ଜୁରୁଡି ଗ୍ରାମବାସୀ ରକ୍ତ ନମୁନା ଦେବାକୁ ଆସିବା ପରିବର୍ତେ ଘରେ ଚାବି ପକାଇ ଜଙ୍ଗଲକୁ ଯାଇ ଲୁଛି ଥିବାର ଦେଖିବାକୁ ମିଳିଥିଲା ।

ଶିଶୁଙ୍କ ସ୍ୱାସ୍ଥ୍ୟରେ ମହାମାରିକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହିଛି ସେନେଇ ଅଖିଳ ଭାରତିୟ ଚିକିତ୍ସା ଅନୁସନ୍ଧାନ ପରିଷଦ( ଆଇସିଏମ୍‌ଆର୍‌) ପକ୍ଷରୁ କରାଯାଇଥିବା ତାଲିକାରେ ରାୟଗଡା ଜିଲ୍ଲା ସାମିଲ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଆଇସିଏମ୍‌ଆର୍ ଶାଖା ଆଚଂଳିକମେଡିକାଲ ରିସର୍ଚ କେନ୍ଦ୍ର ପକ୍ଷରୁ ରାୟଗଡା ଜିଲ୍ଲାରେ ୧୦ ଗୋଟି କ୍ଲଷ୍ଟରରେ ଏହି ସେରୋ ସର୍ଭେ କାର୍ଯକ୍ରମ ଆୟୋଜନ କରାଯାଇଛି । ଆଜି ଏହି ଟିମ ରାୟଗଡା ବ୍ଲକ ବାଇସିଙ୍ଗ ପଚାଂୟତ ଜୁରୁଡି ଗାଁରେ ରକ୍ତ ନମୁନା ସଂଗ୍ରହ ନିମନ୍ତେ ପହଞ୍ଚିଥିଲେ । ହେଲେ ସେଠାରେ ଗ୍ରାମବାସୀ ମାନେ ରକ୍ତ ନମୁନା ଦେବାକୁ ଆସିବା ପରିବର୍ତେ ଘର ଚାବି ପକାଇ ନିକଟସ୍ଥ ଜଙ୍ଗତଲକୁ ଚାଲି ଯାଇ ଲୁଚିଥିଲେ ।

କାରଣ ପଚାରିବାରୁ ଘ୍ରାମବାସୀ ମାନେ କହିଥିଲେ ଯେ ଟିକା ନେଲେ ଲୋକେ ମରିଯାଉଛନ୍ତି । ତେଣୁ ଆମେ ଟିକା ନେବୁ ନାଇଁ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଆଜି ଟିକା ଦିଆହବନି କେବଳ ରକ୍ତ ନମୁନା ନିଅଯିବା ବୋଲି ଯେତେ ବୁଝାଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ । ସଚେତନତାର ଅଭାବ ଯୋଗୁଁ ଗ୍ରାମାଚଂଳର ଆଦିବାସୀମାନେ ମାନିବାକୁ ନାରାଜ । ଆମେ ଟିକା ନେଇ ମରିବୁ କାହିଁକି ବୋଲି ଓଲଟି ପ୍ରଶ୍ନ କରିଛନ୍ତି । ସ୍ୱାସ୍ଥ୍ୟକର୍ମୀ,ଅଙ୍ଗନବାଡି ଦିଦି ଓ ଆଶାଦିଦି ପକ୍ଷରୁ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀ ମାନେ ମାନିବାକୁ ନାରାଜ । ଆସୁଛୁ ବୋଲି କହି ଘରର ଚାବି ପକାଇ ପିଲାଛୁଆ ଧରି ସପରିବାର ନିକଟସ୍ଥ ଜଙ୍ଗଲକୁ ଯାଇ ଲୁଚିଥିବାର ଦେବାକୁ ମିଲିଥିଲା । କେବଳ ଗ୍ରାମର ୫ ଜଣଙ୍କର ରକ୍ତ ନମୁନା ସଙ୍ଗ୍ରହ କରିବାରେ ସକ୍ଷମ ହୋଇଥିଲା ବିଶେଷଙ୍ଗ୍ୟ ଟିମ ।

LEAVE A REPLY

Please enter your comment!
Please enter your name here