ଓଡିଆ ଘରର ନିଆରା ପର୍ବ ରଜପର୍ବ । ଚାରିଦିନ ଧରି ଝିଅ ବୋହୁମାନେ ରଜ ପାଳିଥାନ୍ତି । ଖାଲି ପାଦରେ ଭୂଇଁକୁ ସ୍ପର୍ଶ ନ କରିବା, ଦୋଳି ଖେଳିବା, ପାନ ଖାଇବା ପରି ନିଆରା ପରଂପରାର ମଜା ନେଇଥାନ୍ତି । ଆଧୁନିକତାର ଛାପରେ କ୍ରମଶଃ ରଜପର୍ବ ପାଳନ କମି କମି ଆସୁଥିବା ବେଳେ ଗତ ଦୁଇବର୍ଷ ଧରି କରୋନାର ଛାଟ ଆମ ପରଂପରାକୁ ବି ସଂକୁଚିତ କରିଦେଇଛି । 2019ରେ ଖୁବ ଧୂମଧାମରେ ରଜ ପାଳିଥିଲେ ଓଡିଆ ଘରର ଝିଅମାନେ । ଗତବର୍ଷ ପରି ଏବର୍ଷ ବି ଫିକା ପଡିଯାଇଛି ରଜ ପାଳନ । ଘର ଭିତରେ ରହି କରୋନା କଟକଣା ଭିତରେ ରଜ ପାଳନ ।

LEAVE A REPLY

Please enter your comment!
Please enter your name here