ରାଜ୍ୟରୁ ଆଜି ୨୪ ଘଣ୍ଟାରେ ୮୩୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୬୫୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୬୫୮ । ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୫ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୭୫୪ କୁ ବୃଦ୍ଧି । ସେହିପରି କଟକରୁ ୫୯୩ ସଙ୍କ୍ରମିତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ-୫୦୫, ବାଲେଶ୍ୱର-୪୫୨, ବରଗଡ-୨୭୯, ଭଦ୍ରକ-୧୧୭, ବଲାଙ୍ଗୀର-୧୧୯, ବୌଦ୍ଧ-୨୦୯, ଦେଓଗଡ-୫୫, ଢେଙ୍କାନାଳ-୪୦୭, ଗଜପତି-୮୫, ଗଞ୍ଜାମ-୧୨୯, ଜଗତସିଂହପୁର-୨୮୦, ଯାଜପୁର-୩୫୪, ଝାରସୁଗୁଡା-୧୧୧, କଳାହାଣ୍ଡି-୧୬୨, କନ୍ଧମାଳ-୯୦, କେନ୍ଦ୍ରାପଡା-୩୩୧, କେନ୍ଦୁଝର-୧୮୦, କୋରାପୁଟ-୧୯୮, ମାଲକାନଗିରି-୧୦୩, ମୟୂରଭଞ୍ଜ-୫୩୨, ନବରଙ୍ଗପୁର-୨୦୫, ନୟାଗଡ-୨୮୩, ନୂଆପଡା-୫୩, ପୁରୀ-୪୦୫, ରାୟଗଡା-୧୪୮, ସମ୍ବଲପୁର-୨୦୪, ସୋନପୁର-୧୨୩, ସୁନ୍ଦରଗଡ-୪୬୫, ଷ୍ଟେଟପୁଲରୁ ୧୬୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ କେସ୍ ରହିଛି ୯୧ ହଜାର ୬୬୩ ଏବଂ ସୁସ୍ଥ ହେଲେଣି ୬,୭୦, ୫୨୭ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here