ଜଣେ ମୁନିବ ଥିଲେ । ତାଙ୍କର ଅନେକଗୁଡିଏ ଘୋଡା ଥିଲେ ବି ଗୋଟିଏ ଘୋଡାକୁ ସେ ଖୁବ୍ ଭଲ ପାଉଥିଲେ । ମୁନିବଙ୍କ ଘୋଡା ହୋଇଥିବାରୁ ତାର ସ୍ଥାନ ଉଚ୍ଚାରେ ଥିଲା । ଅନ୍ୟ ଘୋଡାମାନେ ବି ତାକୁ ଦେଖି ଭୟ କରୁଥିଲେ । ଖାଲି ଘୋଡା ନୁହଁନ୍ତି, ପାରିଷଦବର୍ଗ ବି । ଘୋଡା ମୁହଁ ହଲାଇ ଦେଉଥିଲେ ପାରିଷଦବର୍ଗ ଦାନା ଦେଇ ଦେଉଥିଲେ । ଏମିତି ଦାନା ଖାଇ ଖାଇ ଘୋଡା ଭାବିଲା ସେ ଯଦି ମୁନିବ ହୋଇଯାନ୍ତା, କେମିତି ହୁଅନ୍ତା । ଆଉ କାହା ଦୟାରେ ତାକୁ ବଞ୍ଚିବାକୁ ପଡନ୍ତାନାି । ଯେତେବେଳେ ଯାହା ଇଚ୍ଛା ହୁଅନ୍ତା, ତାହା କରନ୍ତା । ଯେତେବେଳେ ଯାହା ଇଚ୍ଛା ହେଲା ଖାଆନ୍ତା । ସେ ଦେଖୁଛି, ତା ମୁନିବ ବୁଢା ହୋଇଗଲାଣି । ଆଉ ବାହାରକୁ ଯିବା ଆସିବା କରିବା ସମ୍ଭବ ହେଉନି । ପାରିଷଦ ବି ତା ବୋଲ ମାନି ଆସୁଛନ୍ତି । ମୁନିବଙ୍କ ସନ୍ତାନସନ୍ତତି ନ ଥିଲା । ତେଣୁ ସେ ଘୋଡାକୁ ଏତେ ଭଲ ପାଉଥିଲେ ଯେ, ସେ ବି ଚାହିଁଲେ ଘୋଡା ତାଙ୍କର ଉତ୍ତରାଧିକାରୀ ହେଉ । ………………..

ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅମଲାମାନେ ହେଉଛନ୍ତି ଘୋଡା । ନିର୍ବାଚିତ ଲୋକପ୍ରତିନିଧିମାନେ ହେଲେ ସଇଷ – ମାନେ ଯିଏ ଲଗାମ ଧରି ଘୋଡା ସବାର୍ କରେ । ଯିଏ ଭଲ ଘୋଡା ସବାର୍ କରିପାରେ, ସିଏ ଭଲ ନେତା । ଅର୍ଥାତ ଘୋଡାକୁ ଠିକଣା ବାଟରେ ଉପଯୋଗ କରି ସମୁହ ସ୍ବାର୍ଥ ସାଧନ କରିବାରେ ସଫଳ ହୁଏ । ଏବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ଉପରେ ବିରୋଧୀ ଦୋଷ ଅଜାଡୁଛନ୍ତି । ବିଚରା ଘୋଡାର ଦୋଷ କଣ ?

ପିଲାବେଳୁ ଘୋଡା ଚଢିବା କେବେ ଶିଖି ନ ଥିଲେ । ବାପାଙ୍କ ବିୟୋଗ ପରେ ପାରିଷଦବର୍ଗ ରାଜ୍ୟ ଶାସନ କରିବାର ଭାର ତାଙ୍କ ଉପରେ ଦେଲେ । ସେ ଚାହୁଁ ନ ଥିଲେ ବି ସେତେବେଳେ ବାପା ଚଢୁଥିବା ଘୋଡା ତାଙ୍କୁ ସାଥ୍ ଦେଲା । ସେ ଅନାୟାସରେ କ୍ଷମତା ଉପଭୋଗ କଲେ । ମାତ୍ର କିଛିବର୍ଷ ପରେ ସେ ବୁଢା ଘୋଡା ବେଇମାନି କଲା । ପୁଣି ସେ ଘୋଡା ଖୋଜିବା ଆରମ୍ଭ କଲେ । ଆଉ ଗତ ଦଶନ୍ଧିରୁ ଅଧିକ ବର୍ଷ ଧରି ଏ ଘୋଡା ସେବା ଦେଇ ଆସୁଛି । ଅନ୍ୟ ଘୋଡାମାନଙ୍କ ତୁଳନାରେ ଏ ଘୋଡାକୁ ଅଧିକ ସୁବିଧା ସୁଯୋଗ ଦେଲେ ଅସୁବିଧା ରହିଲା କେଉଁଠି ।

LEAVE A REPLY

Please enter your comment!
Please enter your name here