ଏଥର ଦେଶରେ ମୌସୁମୀ ସ୍ବାଭାବିକ ରହିବ ଏବଂ ଜୁନରୁ ସେପ୍ଟୋମବର ଭିତରେ 96 ରୁ 106 ପ୍ରତିଶତ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ଅନୁଯାୟୀ ଉତ୍ତର ପଶ୍ଚିମାଞ୍ଚଳରେ ଆବଶ୍ୟକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଉତ୍ତର ପୂର୍ବାଞ୍ଚଳରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇପାରେ । ଦିନେ ଦୁଇଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବ ଏବଂ କେରଳ ଛୁଇଁବାର 10 ଦିନ ଭିତରେ ମୌସୁମୀ ସାଧାରଣତଃ ଓଡିଶାରେ ପ୍ରବେଶ କରିଥାଏ । ତେବେ ଏଥର ମୌସୁମୀ ସ୍ବାଭାବିକ ରହିବ ଏବଂ ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଆଇଏମଡି କହିଛି । ଦେଶର କେନ୍ଦ୍ରାଞ୍ଚଳରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରହିବ । ଆଇଏମଡି ମହାନିର୍ଦ୍ଦେଶକ ଦେଇଥିବା ସୂଚନା ଅନୁଯାୟୀ ଓଡିଶାରେ ମଧ୍ୟ ବର୍ଷା ପରିମାଣ ସ୍ବାଭାବିକ ରହିବ ।

LEAVE A REPLY

Please enter your comment!
Please enter your name here