ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ । ତାଙ୍କର ଜୀବନ ରକ୍ଷା ପାଇଁ ଇକମୋ ଚିକିତ୍ସା ଦରକାର । ମାତ୍ର ଓଡିଶାରେ ଏହି ଚିକିତ୍ସା ଉପଲବ୍ଧ ହେଉ ନଥିବାରୁ ବାହାର ରାଜ୍ୟକୁ ସ୍ଥାନାନ୍ତର ହେବା ଜରୁରୀ ହୋଇପଡିଛି । ଅଭିଷେକଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକତା ପଠାଇ ଚିକିତ୍ସା କରିବାକୁ କୋଟିଏରୁ ଅଧିକ ଟଙ୍କା ଦରକାର । ବିକଳ ହୋଇ ସହାୟତା କରିବାକୁ ପ୍ରାର୍ଥନା କରୁଛନ୍ତି ଅଭିଷେକଙ୍କ ବାପା ମା । ଅଭିଷେକଙ୍କୁ ସହାୟତାର ହାତ ବଢାଇବା ପାଇଁ ନିବେଦନ କଲେ ଅଭିନେତା ବବି ମିଶ୍ର ।
ମାସକ ତଳେ ଅଭିଷେକଙ୍କ ବାହାଘର ହୋଇଥିଲା । ମାତ୍ର ବାହାଘରର ଆଠଦିନ ପରେ ସେ ଅସୁସ୍ଥ ହୋଇପଡିଥିଲେ । କୋଭିଡରେ ଆକ୍ରାନ୍ତ ହୋଇଥିଲେ ଅଭିଷେକ । ଗତ ବାଇଶ ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ ହେଁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହେଉନି । ଫୁସଫୁସ ସଂକ୍ରମିତ ହୋଇଥିବାରୁ ତାଙ୍କୁ ତୁରନ୍ତ ଇକମୋ ଚିକିତ୍ସା ଦରକାର ।
ରାଜ୍ୟରେ ଇକମୋ ଚିକିତ୍ସା ଉପଲବ୍ଧ ନ ଥିବାରୁ ଆଜି ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କୁ ଇକମୋ ଚିକିତ୍ସା ପାଇଁ ସରକାର କୋଲକତା ପଠାଇଛନ୍ତି । ମାତ୍ର ଗରିବ ଲୋକଙ୍କ ଇକମୋ ଚିକିତ୍ସା ପାଇଁ ସରକାର କଣ କରୁଛନ୍ତି । ଏ ନେଇ ତୁରନ୍ତ ସରକାର ଘୋଷଣା କରିବା ଦରକାର ।

LEAVE A REPLY

Please enter your comment!
Please enter your name here